ଗୀତସଂହିତା
ଅଧ୍ୟାୟ 97
 ସଦାପ୍ରଭୁ ଶାସନ କରନ୍ତି। ସକଳ ପୃଥିବୀ ଆନନ୍ଦ ହେଉ। ଦୂର ସଦୃଶ ଭୂମି ମଧ୍ଯ ଆନନ୍ଦିତ ହୁଅନ୍ତୁ। 
2 ମେଘମାଳ ଓ ଅନ୍ଧାର ସଦାପ୍ରଭୁଙ୍କ ଚତୁର୍ଦ୍ଦିଗରେ ଥାଏ। ଧର୍ମ ଓ ନ୍ଯାଯ ତାହାଙ୍କ ସିଂହାସନର ମୂଳଭିତ୍ତି। 
3 ସଦାପ୍ରଭୁଙ୍କ ସମ୍ମୁଖରୁ ଅଗ୍ନି ଝରି ତାଙ୍କର ଶତ୍ରୁଗଣକୁ ବିନାଶ କରେ। 
4 ତାହାଙ୍କ ବିଜୁଳି ଜଗତକୁ ଦୀପ୍ତିମାନ କଲା, ଏହା ଦେଖି ଲୋକେ ଭୟ କଲେ। 
5  ସଦାପ୍ରଭୁଙ୍କ ସମ୍ମୁଖରେ ପୃଥିବୀର ସମସ୍ତ ପ୍ରଭୁ, ପର୍ବତଗୁଡ଼ିକ ମହମ ପରି ତରଳି ଗଲେ। 
6 ଆକାଶ ତାଙ୍କର ଧାର୍ମିକ ସତ୍ଯତା ପ୍ରଚାର କରେ ଓ ପ୍ରେତ୍ୟକକ ଜାତିଗଣ ତାଙ୍କ ମହିମା ଦେଖନ୍ତି। 
7 ଲୋକମାନେ ତାଙ୍କର ମୂର୍ତ୍ତିଗୁଡ଼ିକୁ ପୂଜା କରନ୍ତି। ସମାନେେ ସମାନଙ୍କେର ଦବଗେଣଙ୍କ ବିଷଯରେ ବଡ଼ାଇ କରନ୍ତି। ସହେି ଲୋକମାନେ ଲଜ୍ଜିତ ହବେେ। ସମାନଙ୍କେର ସମସ୍ତ " ଦବେତାଗଣ" ସଦାପ୍ରଭୁଙ୍କ ଆଗରେ ମଥାନତ କରିବେ। 
8 ସିଯୋନ୍ ଶୁଣିଛି ଓ ଆନନ୍ଦିତ ହାଇେଛି। ଯିହୁଦା ନଗରୀ, ଖୁସୀ ହାଇେ ଆସୁଛନ୍ତି, କାରଣ ତୁମ୍ଭ ପାଇଁ ସଦାପ୍ରଭୁ ବିଜ୍ଞ ନିଷ୍ପତ୍ତି କରନ୍ତି। 
9 ହେ ସର୍ବୋପରିସ୍ଥ ସଦାପ୍ରଭୁ, ତୁମ୍ଭେ ହିଁ ସମଗଯ ପୃଥିବୀର ଶାସକ। ତୁମ୍ଭେ ଅନ୍ୟ " ଦବେତାମାନଙ୍କ"ଠାରୁ ଉତ୍ତମ। 
10  ୟିଏ ସଦାପ୍ରଭୁଙ୍କୁ ଭଲପା'ନ୍ତି ମନ୍ଦତାକୁ ଘୃଣା କରନ୍ତି! ସେ ସହେି ଆପଣା ସଦ୍ଭକ୍ତମାନଙ୍କ ପ୍ରାଣରକ୍ଷା କରନ୍ତି। ସେ ଦୁଷ୍ଟମାନଙ୍କ ହସ୍ତରୁ ନିଜର ଶିଷ୍ଯମାନଙ୍କୁ ରକ୍ଷାକରନ୍ତି। 
11 ଧାର୍ମିକମାନଙ୍କ ପାଇଁ ଦୀପ୍ତି ଓ ସତ୍ଯପ୍ରିଯମାନଙ୍କ ପାଇଁ ଆନନ୍ଦ ଅଛି। 
12 ହେ ଧାର୍ମିକଗଣ ତୁମ୍ଭମାନେେ ସଦାପ୍ରଭୁଙ୍କ ନିକଟରେ ଆନନ୍ଦ କର। ପରମେଶ୍ବରଙ୍କ ପବିତ୍ର ନାମରେ ଧନ୍ଯବାଦ କର।