ଅଧ୍ୟାୟ 113

ସଦାପ୍ରଭୁଙ୍କର ପ୍ରଶଂସା କର ! ହେ ସଦାପ୍ରଭୁଙ୍କ ଦାସଗଣ, ତାଙ୍କର ପ୍ରଶଂସା କର। ସଦାପ୍ରଭୁଙ୍କ ନାମର ପ୍ରଶଂସା କର।
2 ଅଦ୍ଯାବଧି ଚିରକାଳ ସଦାପ୍ରଭୁଙ୍କର ନାମ ଧନ୍ଯ ହେଉ।
3 ସୂର୍ୟ୍ଯର ଉଦଯ ସ୍ଥାନଠାରୁ ତା'ର ଅସ୍ତ ସ୍ଥାନ ପର୍ୟ୍ଯନ୍ତ ସଦାପ୍ରଭୁଙ୍କର ନାମ ପ୍ରଶଂସନୀଯ।
4 ସଦାପ୍ରଭୁ ସମୁଦାଯ ବହୁ ଜାତିଗଣ ଉପରେ ଓ ତାଙ୍କର ଗୌରବ ଆକାଶମଣ୍ଡଳଠାରୁ ଉଚ୍ଚ।
5 କୌଣସ ଲୋକ ଆମ୍ଭର ସଦାପ୍ରଭୁ ପରମେଶ୍ବରଙ୍କ ତୁଲ୍ଯ ନୁହେଁ। ପରମେଶ୍ବର ଆକାଶର ଉର୍ଦ୍ଧ୍ବରେ ବିଦ୍ଯମାନ।
6 ତଣେୁ ପରମେଶ୍ବର ଆକାଶ ଓ ପୃଥିବୀକୁ ଦେଖିବାକୁ ଦେଖିବାକୁ ତଳକୁ ଚାହିଁଲେ।
7 ପରମେଶ୍ବର ଗରିବମାନଙ୍କୁ ଧୂଳିରୁ ଉଠାନ୍ତି। ସେ ଦୀନହୀନ ଏବଂ ଅସହାୟମାନଙ୍କୁ ଅଳିଆ ଗଦାରୁ ଉଠାନ୍ତି।
8 ଏବଂ ପରମେଶ୍ବର ସହେି ଲୋକମାନଙ୍କୁ ଗୁରୁତ୍ବ ଦିଅନ୍ତି। ପରମେଶ୍ବର ସହେି ଲୋକମାନଙ୍କୁ ତାଙ୍କ ଅଧିପତି କରାନ୍ତି।
9 ଜଣେ ସ୍ତ୍ରୀ ବନ୍ଧ୍ଯା ହାଇପୋରେ । କିନ୍ତୁ ପରମେଶ୍ବର ତା' କୋଳରେ ସନ୍ତାନ ଦଇେ ତାକୁ ଖୁସି କରାନ୍ତି। ସଦାପ୍ରଭୁଙ୍କର ପ୍ରଶଂସା କର !