ଅଧ୍ୟାୟ 29

ହେ ପରମେଶ୍ବରଙ୍କର ସନ୍ତାନଗଣ, ତାଙ୍କର ପ୍ରଶଂସା କର। ତାଙ୍କର ମହିମା ଓ ଶକ୍ତିର ପ୍ରଶଂସା କର।
2 ସଦାପ୍ରଭୁଙ୍କର ପ୍ରଶଂସା ଓ ତାଙ୍କର ନାମକୁ ଗୌରବ କର। ତାଙ୍କୁ ବିଶଷେ ପୋଷାକରେ ପ୍ରଣାମ କର।
3 ସଦାପ୍ରଭୁ ତାଙ୍କର ସ୍ବର ସାଗରରେ ଉଠାଇଛନ୍ତି। ଗୌରବମଯ ପରମେଶ୍ବରଙ୍କର ସ୍ବର ସାଗରରେ ମେଘ ଗର୍ଜନ ସୃଷ୍ଟି କରନ୍ତି।
4 ସଦାପ୍ରଭୁଙ୍କର ସ୍ବରରୁ ତାଙ୍କର ଶକ୍ତିର ପରିଚଯ ମିଳେ। ତାଙ୍କର ସ୍ବର ତାଙ୍କର ଗୌରବର ପ୍ରମାଣ।
5 ତାଙ୍କର ସ୍ବର ବୃହତ୍କାଯ ଏରସ ବୃକ୍ଷ ସବୁକୁ ଖଣ୍ଡଖଣ୍ଡ କରି ଭାଙ୍ଗି ପକାଏ। ସଦାପ୍ରଭୁ ଲିବାନୋନର ବୃହତ୍ ଏରସ ବୃକ୍ଷକୁ ଭାଙ୍ଗି ପକାନ୍ତି।
6 ସେ ଲିବାନୋନ୍କୁ ଦୋହଲାଇ ଦିଅନ୍ତି, ସତେ ୟମେିତି କଅଁଳା ବାଛୁରୀ ନୃତ୍ଯ କଲାପରି। ଶିରିଯୋନ ପର୍ବତ ଦୋହଲି ୟାଏ ଓ ଛଳେି ଛୁଆଟିଏ କୁଦିଲା ଭଳି ଏହା ଦଖାୟୋଏ।
7 ସଦାପ୍ରଭୁଙ୍କର କଣ୍ଠସ୍ବର ବିଜୁଳି ଗତିରେ ବାଯୁମଣ୍ଡଳକୁ ବିଭକ୍ତ କରେ।
8 ସଦାପ୍ରଭୁଙ୍କର ରବଦ୍ବାରା ମରୁଭୂମି ଥରି ଉେଠ। ସଦାପ୍ରଭୁଙ୍କ ରବଦ୍ବାରା କାଦେଶ ମରୁଭୂମି କମ୍ପିିଉେଠ।
9 ସଦାପ୍ରଭୁଙ୍କର ସ୍ବରରେ ହରିଣ ଭୟଭୀତ ହାଇେ ଉେଠ। ସଦାପ୍ରଭୁ ଜଙ୍ଗଲରୁ ପତ୍ରସବୁ ଝଡ଼ଇେ ଦିଅନ୍ତି, କିନ୍ତୁ ତାଙ୍କର ମନ୍ଦିରରେ ଲୋକମାନେ ତାଙ୍କର ମହିମା ପ୍ରଶଂସା କରନ୍ତି।
10 ସଦାପ୍ରଭୁ ହେଉଛନ୍ତି ବନ୍ଯା ସମଯରେ ରାଜା ତୁଲ୍ଯ ଓ ସଦାପ୍ରଭୁ ଅନନ୍ତକାଳ ରାଜା ହାଇେ ରହିବେ।
11 ସଦାପ୍ରଭୁ ତାଙ୍କର ସମସ୍ତ ଲୋକମାନଙ୍କୁ ରକ୍ଷା କରନ୍ତୁ। ସଦାପ୍ରଭୁ ତାଙ୍କର ଲୋକମାନଙ୍କୁ ଶାନ୍ତିରେ ବାସ କରିବାକୁ ଦିଅନ୍ତି।