ଅଧ୍ୟାୟ 12

ସହେି ସମୟରେ ତୁମ୍ଭେ କହିବ, ହେ ସଦାପ୍ରଭୋ, "ମୁଁ ତୁମ୍ଭର ପ୍ରଶଂସା କରୁଛି। ତୁମ୍ଭେ ଆମ୍ଭ ଉପ ରେ କ୍ରୋଧାନ୍ବିତ ଥିଲ, ମାତ୍ର ବର୍ତ୍ତମାନ ତୁମ୍ଭର କୋରଧ ନିବୃତ୍ତ ହାଇେଅଛି, ତୁମ୍ଭେ ତୁମ୍ଭର ପ୍ ରମେ ଆମ୍ଭକୁ ଦଖାଇେଅଛ।'
2 ପରମେଶ୍ବର ମାରେ ତ୍ରାଣକର୍ତ୍ତା। ମୁଁ ତାଙ୍କୁ ବିଶ୍ବାସ କରେ। କିନ୍ତୁ ତାଙ୍କୁ ଭୟ କରେ ନାହିଁ। କାରଣ ସେ ମାେତେ ରକ୍ଷା କରନ୍ତି। ୟିହୋବା ସଦାପ୍ରଭୁ ମାରେ ବଳ ଓ ତ୍ରାଣକର୍ତ୍ତା। ତେଣୁ ତାଙ୍କର ପ୍ରଶଂସା ଗାନ କରିବି।
3 ପରିତ୍ରାଣ ରୂପକ କୂପରୁ ତୁମ୍ଭମାନେେ ଜଳ କାଢ଼ିବ। ତାହା ହେଲେ ତୁମ୍ଭମାନେେ ସୁଖୀ ହବେ।
4 ତା'ପ ରେ ତୁମ୍ଭେ କହିବ, "ସଦାପ୍ରଭୁଙ୍କର ପ୍ରଶଂସା କର। ତାହାଙ୍କ ନାମ ରେ ପ୍ରାର୍ଥନା କର। ସେ ଯେଉଁ ମହାନ୍ କାର୍ୟ୍ଯ କରିଛନ୍ତି, ସେଥିପାଇଁ ସମସ୍ତ ଗୋଷ୍ଠୀ ଆଗ ରେ ତାଙ୍କର ପ୍ରଶଂସା କର।'
5 ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ପ୍ରଶଂସା ଗାନ କର। କାରଣ ସେ ମହିମାୟୁକ୍ତ କାର୍ୟ୍ଯ କରିଛନ୍ତି। ତାହାଙ୍କର ସମଗ୍ର ପୃଥିବୀ ରେ ମହିମା ବ୍ଯାପ୍ତ ହେଉ। ସମଗ୍ର ମାନବ ସମାଜ ଏହା ଜାଣନ୍ତୁ।
6 ହେ ସିୟୋନ ନିବାସୀଗଣ, ଉଚ୍ଚସ୍ବର ରେ ତାଙ୍କର ପ୍ରଶଂସା କର। ଇଶ୍ରାୟେଲ ସହେି ପବିତ୍ର ଧର୍ମସ୍ବରୂପ ତୁମ୍ଭମାନଙ୍କ ମଧିଅରେ ଅଛନ୍ତି, ତେଣୁ ଆନନ୍ଦ କର।